ସାବଧାନ : ଆପଣ ଠକି ହେଉନାହାନ୍ତି ତ ?
ଆପଣଙ୍କ ସମସ୍ତ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଠକମାନେ ଆପଣଙ୍କ ଧନକୁ ଚୋରେଇ ନେବାରେ ସକ୍ଷମ!
ଆପଣଙ୍କ କଷ୍ଟ ଅର୍ଜିତ ଧନକୁ ଆଖି ପିଛୁଳାକେ ଚୋରେଇ ନେବାପାଇଁ ଲାଗିଛନ୍ତି ଅନେକ ଠକ ଯେଉଁ ସବୁ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଉପରେ ଆପଣ ଆସ୍ଥା ରଖି ନିଜ ଧନକୁ ସୁରକ୍ଷିତ ରଖିବାକୁ ଚାହାନ୍ତି ସେହି ସବୁ ସ୍ଥାନ ମଧ୍ୟ ଠକାମୀର ଶୀକାର ହୋଇପାରନ୍ତି ଯୁଗ ସହ ତାଳଦେଇ ଠକମାନେ ମଧ୍ୟ ନୂଆ ନୂଆ ଉପାୟ ଉଦ୍ଭାବନ କରିବାରେ ଲାଗିଛନ୍ତି ଆପଣ ଯେତେ ଯତ୍ନବାନ ହେଲେ ସୁଦ୍ଧା ଆପଣଙ୍କୁ ଠକିଦେବା ପାଇଁ ଆପଣଙ୍କଠାରୁ ଅଧିକ ତୀକ୍ଷ୍ଣ ବୁଦ୍ଧି କାମ କରୁଛି
ଶ୍ରୀମତି ଶର୍ମା ଦିନବେଳେ ବଜାରରେ କିଛି କିଣାକିଣି କରିବା ଆଶାରେ ଯାଇଥିବା ସମୟରେ ନିଜର ଅତିପ୍ରିୟ ଭ୍ୟାନିଟି ବ୍ୟାଗଟି କେଉଁଠି ହଜେଇ ଦେଇ ଆସିଲେ ବ୍ୟାଗରେ କିଛି ହଜାର ଟଙ୍କା ସହ ଥିଲା ତାଙ୍କର ମୋବାଇଲ୍ ଫୋନ୍, ବ୍ୟାଙ୍କର ଏଟିଏମ୍ - ଡେବିଟ୍ କାର୍ଡ଼ ଏବଂ ଅନ୍ୟ କିଛି ସାମଗ୍ରୀ ତୁରନ୍ତ କଣ କରିବା ସେ ବିଷୟରେ ଚିନ୍ତା କରିନପାରି ନିଜ ସ୍ବାମୀଙ୍କୁ ଏହି ବିଷୟରେ ଜଣାଇବାକୁ ଚାହିଁଲେ ହେଲେ ଯେବେ ଠାରୁ ଏଇ ସ୍ମାର୍ଟ୍ ଫୋନ୍ ଆସିଛି ଆମେ ଆଉ କେହି ବି କାହାର ବି ଫୋନ୍ ନମ୍ବର ମନେ ରଖିବାକୁ ଯତ୍ନବାନ ହେଉନାହୁଁ ଆଙ୍ଗୁଠି ଅଗରେ ତ ସବୁକିଛି ଅଛି, କିଏ ଏତେ ନମ୍ବର ମନେ ରଖୁଛି ! ସେ ଯା ହେଉ ଜଣେ ବନ୍ଧୁଙ୍କ ମୋବାଇଲରୁ ନିଜ ସ୍ବାମୀଙ୍କୁ ଫୋନ କରି ସେ ନିଜ ବ୍ୟାଗ ହଜିଯାଇଥିବା କଥା କହିଦେଲେ
ସ୍ବାମୀ କିନ୍ତୁ ଆହୁରି ଚିନ୍ତାଜନକ କଥାଟିଏ ଜଣାଇ ଦେଲେ, ଯେ ସେ ଏଇ କିଛି କ୍ଷଣ ପୂର୍ବରୁ ଶ୍ରୀମତି ଶର୍ମାଙ୍କ ମୋବାଇଲକୁ ଡେବିଟ୍ କାର୍ଡ଼ର ପିନ୍ ନମ୍ବର ଟା ମେସେଜ୍ କରିଛନ୍ତି କାରଣ ସେ ଫୋନରେ ଡେବିଟ୍ କାର୍ଡ଼ର୍ ନମ୍ବର ପଚାରିଥିଲେ ଆଉ କହିବା ଅନାବଶ୍ୟକ ଯେ, ବ୍ୟାଗକୁ ଚୋରୀ କରିନେଇଥିବା ଚୋର ଜଣକ ଶ୍ରୀମତି ଶର୍ମାଙ୍କ ମୋବାଇଲକୁ ବ୍ୟବହାର କରି ତାଙ୍କ ସ୍ବାମୀଙ୍କ ପାଖକୁ ଏସ୍ଏମ୍ଏସ୍ କରି ଡେବିଟ୍ କାର୍ଡ଼ର ନମ୍ବର ମାଗି ପାଇସାରିଥିଲା ଅତି ସହଜରେ ସେ କାର୍ଡ଼ ବ୍ୟବହାର କରି ବ୍ୟାଙ୍କରୁ ଏକ ଭଲ ରକମ ଉଡ଼େଇ ନେବାରେ ସକ୍ଷମ ହୋଇଗଲା
ଅବଶ୍ୟ ଶ୍ରୀ ଶର୍ମା ଏହି ବିଷୟରେ ବ୍ୟାଙ୍କକୁ ଜଣାଇବା ପୂର୍ବରୁ ଟଙ୍କା ଏକାଉଣ୍ଟରୁ ଚାଲି ଯାଇଥିଲା ବ୍ୟାଗ ହଜିବା ପାଇଁ କିଏ ଦାୟୀ ବା ବ୍ୟାଗକୁ ଶ୍ରୀମତି ଶର୍ମା କାହିଁକି ଯତ୍ନରେ ଧରିଲେ ନାହିଁ, ଏହି ସବୁ ବିଷୟ ଆମେ ଚର୍ଚ୍ଚା କରିବା ପଛରେ କିନ୍ତୁ ଏଥିରୁ କିଛି ଶିକ୍ଷା ନିଶ୍ଚୟ ପାଇଥିବେ ବୋଲି ଆଶା
ପ୍ରଥମତଃ ବ୍ୟାଗ ହଜିଯିବା ପରେ ଶ୍ରୀମତି ଶର୍ମା ତୁରନ୍ତ ନିଜ ସ୍ବାମୀଙ୍କୁ ଏହି ବିଷୟରେ ଜଣାଇଥିଲେ ଭଲ ହୋଇଥାନ୍ତା ଦ୍ବିତୀୟତଃ ଶ୍ରୀ ଶର୍ମା ଯେତେବେଳେ ନିଜ ପ୍ରିୟତମା ପତ୍ନୀଙ୍କ ପାଖରୁ ଏସ୍ଏମ୍ଏସ୍ ପାଇଲେ ସେ ପୁଣି ମେସେଜ୍ ନ ଦେଇ ବରଂ ଫୋନରେ କଥା ହୋଇ ଜାଣିବାକୁ ଚେଷ୍ଟା କରିବା ଉଚିତ ଥିଲା ଯେ ପ୍ରକୃତରେ ସେ ନମ୍ବର କଣ ଭୁଲି ଯାଇଛନ୍ତି? ତୃତୀୟତ: ଆମେ ସମସ୍ତେ ବ୍ୟାଙ୍କର ଏଟିମ୍ ବା ଡେବିଟ୍ କାର୍ଡ଼ ନିଶ୍ଚୟ ବ୍ୟବହାର କରୁଛେ, ତେଣୁ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ଏହାର ସିକ୍ରେଟ୍ ପିନ୍ ନମ୍ବର ନିଜେ ମନେ ରଖିବା ଉଚିତ ବ୍ୟାଙ୍କମାନଙ୍କ ଦ୍ବାରା ବାରମ୍ବାର ସାବଧାନ କରାଯାଉଥିବା ସତ୍ତ୍ବେ ମୋବାଇଲରେ ମେସେଜରେ କିମ୍ବା କଥା ହେଉଥିବା ସମୟରେ ଏହି ସବୁ ଗୁରୁତ୍ତ୍ବପୂର୍ଣ୍ଣ ତଥ୍ୟ ଅଜଣା ବ୍ୟକ୍ତିଙ୍କୁ ଜଣାଇବା ଅନୁଚିତ
ଆଶା କରୁଛି ଏହା ଆପଣଙ୍କୁ ସାବଧାନ କରିଦେଇଥିବ ଆପଣ କେବେ ଏମିତି ଠକାମୀରେ ଶୀକାର ନ ହୁଅନ୍ତୁ
ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |
Back to Previous Page