ଗପ ହେଲେ ବି ସତ
କାହାଣୀରେ କିଛି ସତ୍ୟ ଲୁଚିରହିଛି, ବୁଝିଲେ ହେଲା!!!
ପଟ୍ଟନାୟକ ବାବୁଙ୍କ ସମ୍ଭ୍ରାନ୍ତ ପରିବାର ଆକାର ଓ ଆୟତନରେ ମଧ୍ୟ ଅନ୍ୟ ସମସ୍ତଙ୍କଠାରୁ ବିଶାଳ ହେଲେ ସବୁବେଳେ ଘରେ ଭାଇଭାଗକୁ ନେଇ ଗଣ୍ଡଗୋଳ ହେଲା ସାନମାନେ ଆଉ ବଡ଼ଙ୍କୁ ସମ୍ମାନ ଦେଲେ ନାହିଁ କହିଲେ ଆମେ ଅଲଗା ଘର କରି ରହିବୁ ବଡ଼ମାନେ ଯେତେ ବୁଝେଇଲେ ସେମାନେ ସେତେ ଅରାଜି ହେଲେ, ଶେଷରେ ଘରର ବୟୋଜ୍ୟୋଷ୍ଠଙ୍କ ମତକୁ ପ୍ରାଧାନ୍ୟ ଦେଇ ଘର ସମ୍ପତ୍ତିକୁ ଭାଗ କରିଦିଆଗଲା ହେଲେ ସାନ ସବୁବେଳେ ମନେ କଲେ ଯେ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି ବଡ଼ମାନେ କୌଣସି କପଟ କରି ସେମାନଙ୍କୁ ଅଳ୍ପ ସମ୍ପତ୍ତି ଦେଇଛନ୍ତି, ତେଣୁ ସେମାନେ ସୁଯୋଗ ଉଣ୍ଡିଲେ ବଡ଼ ଘର ସମ୍ପତ୍ତିରେ ହକ୍ ଦାବୀ କରିବାପାଇଁ କଥା ଦିନକୁ ଦିନ ଖରାପ ଆଡ଼କୁ ଗତି କରିବା ଦେଖି ବଡ଼ ମାନେ ନିଷ୍ପତ୍ତି ନେଲେ ଘରର ପାଚେରୀକୁ ଅଧିକ ଉଚ୍ଚ କରିବାକୁ ପଡ଼ିବ ଘର ବାଡ଼ିରେ କରିଥିବା କୁକୁଡ଼ା ଭାଡ଼ିରୁ ପ୍ରାୟତଃ ସବୁବେଳେ କୁକୁଡ଼ା ଚୋରୀ ହେଲା ଏହାକୁ ନେଇ ଅନେକ କଳି କଜିଆ ଚାଲିଲା ସବୁବେଳେ ସାନ ଏ ସବୁ କାମ କରିଦେଇ ବଡ଼ଙ୍କୁ ଗାଁ ଦାଣ୍ଡରେ ବସେଇବାକୁ ଧମକାଇବା ପରେ ଅବସ୍ଥା ଏତେ ଖରାପ ହେବାକୁ ଲାଗିଲା ଯେ ବଡ଼ମାନେ ଘରର ଅନ୍ୟ କୌଣସି ବ୍ୟବସ୍ଥା କଥା ଭୁଲିଗଲେ
ଘରର ମୁଖିଆ ଘୋଷଣା କରିଦେଲେ ଯେ ଘର ଚଳିବା ପାଇଁ ଆବଶ୍ୟକ ଅର୍ଥ ସବୁ ପୁଅମାନେ ଭାଗବାଣ୍ଟି ଦେବେ କିନ୍ତୁ ସବୁ ପୁଅ କଣ ସମାନ ଯେଉଁମାନେ ପାରିବାର ଥିଲେ ସେମାନେ ଚାକିରୀ ବେଉସା କରିଲେ ଆଉ ଘର ଚଳିବା ପାଇଁ କିଛି କିଛି ଯୋଗଦାନ ଦେଲେ, ସେଥିରେ ସମସ୍ତଙ୍କ ଖାଇବା ପିଇବା, ଦେହ ପା ଆଉ ଅନ୍ୟାନ୍ୟ ଖର୍ଚ୍ଚ ସବୁ କରାଗଲା ଧିରେ ଧିରେ କୁହାଗଲା, ଯେଉଁମାନେ ପାରିବାର ସେମାନେ ନିଜ ପରିବାରକୁ ନିଜେ ଚଳାଇବେ, ଆଉ ସେମାନେ ଦେଉଥିବା ଅର୍ଥକୁ ଅନ୍ୟମାନଙ୍କ ପାଇଁ ଖର୍ଚ୍ଚ କରାଯିବ ଯେଉଁ ପୁଅମାନେ ଅକାଳକୁଷ୍ମାଣ୍ଡ ପରି ଘରେ ବସିଲେ ସେମାନଙ୍କ ପରିବାର ଚଳାଇବା ଦାୟିତ୍ବ ମଧ୍ୟ ପାରିବାର ପୁଅଙ୍କ ଉପରେ ପଡ଼ିଲା ଧିରେ ଧିରେ ସେମାନେ ଏଥିରେ ବିତସ୍ପୃହ ହୋଇ ଘର ଚଳିବା ଭଳି ଅର୍ଥ ଦେବାକୁ ଅନିଚ୍ଛା ପ୍ରକାଶ କରିଲେ ଯାହା ଆୟ କଲେ ସେ ସବୁକୁ କିଏ କେଉଁଠି ଲୁଚେଇ ରଖି ଘରେ କହିଲେ ଆମ ପାଖରେ କିଛି ନାହିଁ ହେଲେ ଯେଉଁ ପରିବାରରେ ଅନେକ ଲୋକ ଚଳୁଛନ୍ତି ସେଠି ସେଇ ପରିମାଣର ଯୋଗଦାନ ନ ଦେଲେ ଅବସ୍ଥା କଣ ହେବ ? ଘରର ମୁଖିଆ ମଧ୍ୟ ସବୁ ଅର୍ଥ ବେକାର ପୁଅଙ୍କ ଉପରେ ଖର୍ଚ୍ଚ କରିଦେଇ ନିଜେ ଗରୀବ ହେବା ଅବସ୍ଥାକୁ ଆସିଗଲେ ଦିନେ ସବୁଠାରୁ ସମ୍ଭ୍ରାନ୍ତ ବୋଲି ବୋଲାଉଥିବା ପଟ୍ଟନାୟକଙ୍କ ପରିବାର ଏବେ ସବୁଠାରୁ ଗରୀବ ହୋଇଗଲା
ଘରର ଏ ଅବସ୍ଥା ଦେଖି ପୁଅମାନେ ନିଷ୍ପତ୍ତି ନେଲେ ଯେ ବାପା ଆଉ ଘର ଚଳାଇବାକୁ ସମର୍ଥ ନାହାନ୍ତି, ତେଣୁ ସବୁଠାରୁ ଯୋଗ୍ୟ ପୁଅକୁ ଏହି ସ୍ଥାନ ଦିଆଯାଉ ଯୋଗ୍ୟ ପୁଅ କହିଲା, ଘର ଚଳାଇବି ସତ କିନ୍ତୁ ମୋ ମତ ମାନିଲେ ହିଁ ଚଳାଇବି, ନହେଲେ ଯେମିତି ଚାଲୁଛି ଚାଲୁଥାଉ ସମସ୍ତେ ଏଥିରେ ସହମତ ହେଲେ ଯୋଗ୍ୟ ପୁଅ ଘରର ଦାୟିତ୍ବ ହାତେଇ ନେବାପରେ ପ୍ରଥମେ ଗାଁ ଲୋକଙ୍କୁ ଆପଣାର କରିବାରେ ଲାଗିଗଲା ଆଉ ପଡ଼ିଶା ଘରେ ଥିବା ସାନ ଭାଇ ମାନଙ୍କ ଅତ୍ୟାଚାର ବିଷୟରେ ସମସ୍ତଙ୍କୁ ବୁଝେଇବାକୁ ଲାଗିଲା ସମସ୍ତେ ଏବେ ବଡ଼ଘର କଥା ବୁଝୁଥିଲେ ଗାଁର କାର୍ଜି ଗୋସେଇଁ ମଧ୍ୟ ବଡ଼ଘର ସମର୍ଥନରେ ବାହାରି ଆସିଲେ ଏହାପରେ ପଡ଼ିଶାଘରେ ରହୁଥିବା ସାନପୁଅ ମୁହଁରେ ପାଳଚୁଣ୍ଟା ଦେଇ ବସିଗଲା
ଏଣେ ପଡ଼ିଶାଘର କଥାରେ ନିଜ ଘର କଥା ଭୁଲିଯାଇଥିଲେ ସମସ୍ତେ, ଯୋଗ୍ୟ ପୁଅ କହିଲା ଏବେ ଘର ସୁଧାରିବାକୁ ପଡ଼ିବ ସମସ୍ତେ ଯଦି ସହଯୋଗ କରିବେ ନାହିଁ, ତ ଘର କେମିତି ଚଳିବ ସମସ୍ତଙ୍କ ସହଯୋଗ ରହିଲେ ହିଁ ସବୁ ସମ୍ଭବ ହେବ ତେଣୁ ସେ କହିଲା, ଯେଉଁ ପୁଅମାନେ କିଛି ବି ଦେଉନାହାନ୍ତି, ଆଉ ଯେଉଁମାନେ ବେକାର ବୋଲି କହୁଛନ୍ତି ସେମାନେ ଆଗ ନିଜର ଅର୍ଜିତ ଧନ ବିଷୟରେ କୁହନ୍ତୁ ଆଉ ଯେଉଁମାନେ ଧନ ଲୁଚେଇ ରଖିଛନ୍ତି ସେତକ କୁହନ୍ତୁ ତୁମ ଧନ ତୁମର ହିଁ ହେଉ କିନ୍ତୁ ସେ ସବୁକୁ ଯଦି ଆମେ ବ୍ୟାଙ୍କରେ ରଖିବା ତା ହେଲେ ସେଥିରୁ ଯେଉଁ ସୁଧ ମିଳିବ, ସେଥିରେ ହୁଏତ ଆମ ଘର ଚଳିଯିବ ଆଉ କାହାକୁ କିଛି ଅଧିକ ଦେବାକୁ ପଡ଼ିବ ନାହିଁ ଯେଉଁ ପୁଅମାନେ ସମ୍ପତ୍ତି ଲୁଚେଇଥିଲେ ସେମାନେ ସବୁ କାନମୁଣ୍ଡ ଆଉଁସି ସବୁକିଛି ଖୋଲା ଖୋଲି ଦେଖାଇବାକୁ ବାଧ୍ୟ ହେଲେ ଆଉ କିଛି ପୁଅ ଯେଉଁମାନେ ଘର ଚଳିବା ପାଇଁ ପଇସାଟିଏ ବି ଦେଉନଥିଲେ ସେମାନେ ମଧ୍ୟ ଯୋଗ୍ୟ ହୋଇ ସୁଦ୍ଧା ଠକୁଥିବା କଥା ଧରାପଡ଼ିଲା ଆଗରୁ ମାତ୍ର କେଇଜଣ ଘରଖର୍ଚ୍ଚ ବାବଦକୁ ଟଙ୍କା ଦେଉଥିବା ବେଳେ ବର୍ତ୍ତମାନ ସମସ୍ତେ ଉଣାଅଧିକେ ଦେବାକୁ ରାଜି ହେଲେ
ଧିରେ ଧିରେ ଘରର ଅବସ୍ଥା ସୁଧୁରିବାକୁ ଲାଗିଲା ଅଧିକ ଟଙ୍କା ବ୍ୟାଙ୍କରେ ରଖି ସୁଧ ପାଇବାପରେ ସେଥିରେ ସମସ୍ତଙ୍କ ସ୍ବାସ୍ଥ୍ୟପାଇଁ ସମୁଚିତ ବ୍ୟବସ୍ଥା, ଭଲ ସ୍କୁଲରେ ପାଠପଢ଼ା, ଆଦି ହୋଇପାରିଲା ଯେଉଁ ପୁଅମାନେ ତଥାପି ବେକାର ଥିଲେ ସେମାନଙ୍କୁ ଋଣ ଦେଇ ସେମାନଙ୍କ ଅବସ୍ଥା ସୁଧୁରିବା ବ୍ୟବସ୍ଥା କରାଗଲା ଘରର ପାଚେରୀ ଡେଇଁ ଘର ଭିତରେ ପଶି ଉତ୍ପାତ କରୁଥିବା ସାନପୁଅ ପାଇଁ ପାଚେରୀକୁ ସୁଦୃଢ଼ କରିବା ବ୍ୟବସ୍ଥା କରାଗଲା ବର୍ତ୍ତମାନ ପଟ୍ଟନାୟକବାବୁଙ୍କ ପରିବାର ପୁଣିଥରେ ସମ୍ଭ୍ରାନ୍ତ ପରିବାର ବୋଲି ଜଣାଗଲା ଗାଁରେ ସମସ୍ତେ ପୁଣିଥରେ ପଟ୍ଟନାୟକ ବାବୁଙ୍କ ପରିବାରକୁ ସମ୍ମାନ ଦେବାକୁ ଲାଗିଲେ
ଉପରେ ଲେଖାଯାଇ ଥିବା ଗଳ୍ପର ଆମ ଦେଶର ବର୍ତ୍ତମାନର ଅବସ୍ଥା ସହ ଯଦି କିଛି ସାମଞ୍ଜସ୍ୟ ଥାଏ, ତେବେ ତାହା ସମ୍ପୂର୍ଣ୍ଣତଃ କାଳ୍ପନିକ ବୋଲି ଧରିବେ ନାହିଁ ଆସନ୍ତୁ ଏହି କାହାଣୀକୁ ସମସ୍ତଙ୍କୁ ଶୁଣାଇବା ଆଉ ବୁଝେଇବା ଆମ ପରିବାର ଏତେ ଦୁର୍ବଳ କାହିଁକି ହେଲା ଏହା ଏକ ସ୍ଥୁଳ ଅନୁଶୀଳନମାତ୍ର ସୂକ୍ଷ୍ମତାର ସହ ଚିନ୍ତା କରିବାପାଇଁ ଏବଂ ବୁଝେଇବା ପାଇଁ ପରିବାରର ଯୋଗ୍ୟ ପୁଅ ବର୍ତ୍ତମାନ ବାହାରିଲେଣି, ସେ ସବୁକିଛି ଠିକ୍ କରିଦେବେ ବିଶ୍ବାସ ରଖନ୍ତୁ
Picture Courtesy : http://tamilculture.com/13-struggles-face-big-family/
ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |
Back to Previous Page