ଫ୍ରିଡମ୍ ୨୫୧ ଫୋନ୍ - ସ୍ବପ୍ନ ନା ବାସ୍ତବ !
୨ ଲକ୍ଷ ଫ୍ରିଡ଼ମ୍ ୨୫୧ ସ୍ମାର୍ଟ୍ ଫୋନ୍ ଆସୁଛି ୩୦ ଜୁନ୍ରେ
ମୁଖ୍ୟାଂଶ : -
‘ଆମେ ଫ୍ରିଡ଼ମ୍ ୨୫୧ ସ୍ମାର୍ଟ୍ ଫୋନର ୨ ଲକ୍ଷ ସେଟ୍ ପାଇସାରିଛୁ’ - ରିଙ୍ଗିଂ ବେଲ୍ସ
‘ପ୍ରତି ଫୋନରେ ଆମକୁ ୧୪୦-୧୫୦ ଟଙ୍କାର କ୍ଷତି ସହିବାକୁ ପଡ଼ିଛି’ - ଗୋୟେଲ୍
‘ଏହି ଜୁଲାଇରେ ଆମେ ସବୁଠୁ ଶସ୍ତା ଏଲ୍ଇଡ଼ି ଟିଭି ଆଣିବୁ’
ବିଶ୍ବର ସବୁଠାରୁ ଶସ୍ତା ସ୍ମାର୍ଟ୍ ଫୋନ ଅନ୍ତତଃ ବର୍ତ୍ତମାନ ବଜାର ପ୍ରବେଶ କରିବା ଅପେକ୍ଷାରେ ରହିଛି ଏହି ଫୋନର ନିର୍ମାତା, ନଏଡ଼ା ସ୍ଥିତ ରିଙ୍ଗିଙ୍ଗ୍ ବେଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ମୁଖପାତ୍ରଙ୍କ ସୂତ୍ରରୁ ଜଣାପଡ଼ିଛି, ଯେ ସମସ୍ତ ପ୍ରକାର ଅଭିଯୋଗ, ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସେମାନେ ଏହି ଫୋନର ୨ ଲକ୍ଷ ହ୍ୟାଣ୍ଡସେଟ୍ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି ସୂଚନାଯୋଗ୍ୟ ଯେ ମାତ୍ର ୨୫୧ ଟଙ୍କା (୪ ଡଲାରରୁ ବି କମ୍) ଦାମରେ ଗୋଟିଏ ସ୍ମାର୍ଟ୍ ଫୋନ୍ ଯୋଗାଇବାର ଘୋଷଣାପରେ ଏହି କମ୍ପାନୀ ବିଭିନ୍ନ ପ୍ରକାର ଅଭିଯୋଗର ଶୀକାର ହୋଇଥିଲା ଏହି କମ୍ପାନୀ ବିରୋଧରେ ପୋଲିସ ମାମଲା ମଧ୍ୟ ରୁଜୁ କରିଥିଲା
ନୋଏଡ଼ା ସେକ୍ଟର ୬୨ସ୍ଥିତ ନିଜ ଅଫିସରେ ବସି, ରିଙ୍ଗିଙ୍ଗ୍ ବେଲ୍ସର ପ୍ରତିଷ୍ଠାତା ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ମୋହିତ ଗୋୟେଲ୍ଙ୍କ ଅନୁଯାୟୀ କମ୍ପାନୀ ନିଜ ପ୍ରତିଜ୍ଞା ରକ୍ଷା କରିବାରେ ସକ୍ଷମ ହୋଇଛି
“ଆମେ ପ୍ରାୟ ଦୁଇ ଲକ୍ଷ ‘ଫ୍ରିଡ଼ମ୍ ୨୫୧’ ହ୍ୟାଣ୍ଡସେଟ୍ ପ୍ରସ୍ତୁତ କରିସାରିଛୁ ଜୁନ୍ ୩୦ ତାରିଖ ପରେ ଆମେ ଏହି ସବୁ ଫୋନ ଉପଭୋକ୍ତାଙ୍କ ନିକଟକୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିବୁ” ଗଣମାଧ୍ୟମକୁ ସୂଚନା ଦେଇ ଗୋଏଲ୍ କହିଥିଲେ ଯେ ଏହି ୨ ଲକ୍ଷ ହ୍ୟାଣ୍ଡସେଟ୍ ବଜାରରେ ପ୍ରବେଶ କରିବାପରେ କମ୍ପାନୀ ନୂଆ ଉପଭୋକ୍ତାଙ୍କ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିବ
ସୂଚନାଯୋଗ୍ୟ ଯେ କମ୍ପାନୀ ଫେବୃଆରୀ ମଧ୍ୟବେଳକୁ ଜଣାଇଥିଲେ ଯେ ଜୁନ୍ ୩୦ ସୁଦ୍ଧା ସେମାନେ ୨୫ ଲକ୍ଷ ହ୍ୟାଣ୍ଡସେଟ୍ ଯୋଗାଇଦେବେ କିନ୍ତୁ ଫୋନ୍ ପାଇଁ ପଞ୍ଜୀକରଣ ବେଳେ ଅତି କମ ସମୟରେ ସାତ କୋଟିରୁ ଅଧିକ ଉପଭୋକ୍ତା ଏଥିପାଇଁ ନିବେଦନ କରିଥିଲେ ଏବଂ କମ୍ପାନୀ ପଞ୍ଜିକରଣକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା
“ଆମେ ଆମ ଭୂଲରୁ ଶିକ୍ଷା ଗ୍ରହଣ କରିଛୁ, ତେଣୁ ଆମେ ନିଶ୍ଚୟ କରିଥିଲୁ ଯେ ଯେତେବେଳ ଯାଏଁ ଆମେ ପ୍ରକୃତ ହ୍ୟାଣ୍ଡସେଟ୍ ପ୍ରସ୍ତତ କରିନାହୁଁ ଆମେ ନିରବ ରହିବା ଉଚିତ ହେବ ବର୍ତ୍ତମାନ ଆମେ ୪ ଇଞ୍ଚ୍ ସ୍କ୍ରିନ୍ ଏବଂ ଦୁଇ ସିମ୍ ରହୁଥିବା ହ୍ୟାଣ୍ଡସେଟ୍ ସହ ଆମେ ପ୍ରସ୍ତୁତ ଆମେ ବହୁତ ଆନନ୍ଦ ଅନୁଭବ କରୁଛୁ”
ଗୋଏଲଙ୍କ ଅନୁଯାୟୀ ପ୍ରତ୍ୟେକ ହ୍ୟାଣ୍ଡସେଟରେ କମ୍ପାନୀକୁ ଅନ୍ୟୁନ ୧୪୦ -୧୫୦ ଟଙ୍କା କ୍ଷତି ସହିବାକୁ ପଡ଼ିଛି କିନ୍ତୁ ସେ ଆଶାବାନ ଅଛନ୍ତି ଯେ ଅଧିକ ସଂଖ୍ୟାରେ ଏହି ଫୋନର ବିକ୍ରୟ ପରେ ସେମାନେ ଏହି କ୍ଷତିକୁ ଭରଣା କରିପାରିବେ “ଆମକୁ କ୍ଷତି ତ ହେବ କିନ୍ତୁ ଆମେ ଖୁସି ଯେ ଆମର ଏହି ପ୍ରକ୍ରିୟାଦ୍ବାରା ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମର ସଫଳ ରୂପାୟନ ହେବା ସହ ଗ୍ରାମାଞ୍ଚଳକୁ ମଧ୍ୟ ଏଥିରେ ସାମିଲ୍ କରିପାରିଛୁ ଆମ୍ ଫୋନ୍ ଦ୍ବାରା ଅଧିକରୁ ଅଧିକ ଲୋକ ଡିଜିଟାଲ୍ ଇଣ୍ଡିଆର ସ୍ବପ୍ନକୁ ସାକାର କରିପାରିବେ”
ଏହି ୩ଜି ହ୍ୟାଣ୍ଡ୍ସେଟରେ ୧.୩ ଗିଗାହର୍ଜ୍ କ୍ବାଡ଼କୋର୍ ପ୍ରସେସର, ୧ ଜିବି ରାମ୍, ଏବଂ ୮ ଜିବି ଷ୍ଟୋରେଜ୍ ସମେତ ୩୨ ଜିବି ଏକ୍ସଟେର୍ନାଲ୍ ମେମୋରି କାର୍ଡ୍ ସପୋର୍ଟ୍ ରହିଛି ଏହି ହ୍ୟାଣ୍ଡସେଟର ଫଟୋ ଗଣମାଧ୍ୟମକୁ ଦେଖାଯାଇଥିଲା ବେଳେ ପ୍ରକୃତ ହ୍ୟାଣ୍ଡସେଟ୍ ଦେଖା ଯାଇନଥିଲା
କମ୍ପାନୀ ଏହି ଫୋନରେ ଫ୍ଲାସ ସହିତ ୮ଏମପି ପ୍ରାଇମେରୀ କ୍ୟାମେରା ଏବଂ ୩.୨ ଏମପି ଫ୍ରଣ୍ଟ୍ କ୍ୟାମେରା ରହିଛି ଏବଂ ୧୮୦୦mAh ବ୍ୟାଟ୍ଟେରୀ ରହିଛି ଆଣ୍ଡ୍ରଏଡ଼୍ ଲଲିପପ୍ ୫.୧ ଅପରେଟିଂ ସିଷ୍ଟମରେ ଏହା କାମ କରେ
ଫୋନ କଳା ଏବଂ ଧଳା ଏପରି ଦୁଇଟି ରଙ୍ଗରେ ଉପଲବ୍ଧ ହେବ ପଛ କ୍ୟାମେରା ମୋବାଇଲର ମଧ୍ୟଭାଗରେ ରହିବ ବ୍ରାଣ୍ଡ୍ ଲୋଗୋ ପାର୍ଶ୍ବରେ ସ୍ପିକର୍ ରହିଛି
ମୋବାଇଲ୍ ଅନ୍ କରିଲେ ଭାରତୀୟ ତିରଙ୍ଗା ପତାକା ଦେଖାଯାଉଛି ଗୁଗୁଲ୍ ଦ୍ବାରା ବିତରଣ ହେଉଥିବା ଅଧିକାଂଶ ଅତ୍ୟାବଶ୍ୟକ ଆପ୍ ଏହି ହ୍ୟାଣ୍ଡସେଟ୍ରେ ରହିଛି
“ଆମର ହ୍ୟାଣ୍ଡସେଟ୍ ସମ୍ପୂର୍ଣ୍ଣଭାବରେ ମେଡ୍ ଇନ୍ ଇଣ୍ଡିଆ କମ୍ପାନୀର ହରିଦ୍ବାରଠାରେ ଥିବା ୟୁନିଟ୍ରେ ଏହି ମୋବାଇଲ୍ ଫୋନ୍ ପ୍ରସ୍ତୁତ ହୋଇଛି ଆମେ ପ୍ରତି ମାସରେ ୨ ଲକ୍ଷ ହ୍ୟାଣ୍ଡସେଟ୍ ପ୍ରସ୍ତୁତ କରି ବିକ୍ରୟ କରିବା ଲକ୍ଷ୍ୟ ରଖିଛୁ
ଆମ କମ୍ପାନୀ ତରଫରୁ ଏକ ୩୨ ଇଞ୍ଚିଆ ଏଲ୍ଇଡ଼ି ଟିଭି ଜୁଲାଇ ମାସରେ ଉପସ୍ଥାପନ କରାଯିବ, ଯାହା ବର୍ତ୍ତମାନର ପ୍ରଚଳିତ ମାର୍କେଟ୍ ଦରଠାରୁ ବହୁତ କମ ରହିବ ବୋଲି ସେ କହିଛନ୍ତି ଏହାର ନାମ ମଧ୍ୟ ‘ଫ୍ରିଡ଼ମ୍’ ରହିବ ଦଶ ହଜାରରୁ ବି କମ ଦାମରେ ଆମେ ଏହି ଟିଭିସେଟ୍ ବିକ୍ରୟ କରିବୁ ଦୁଇଦିନ ମଧ୍ୟରେ ଟିଭି ଉପଭୋକ୍ତାଙ୍କୁ ଉପଲବ୍ଧ କରାଇବୁ ଏବଂ ଏହା ମଧ୍ୟ ଅନଲାଇନ୍ ବିକ୍ରୀ ହେବ ବର୍ତ୍ତମାନ ଆମ ପାଖରେ ଏକ ଲକ୍ଷ ସେଟ୍ ପ୍ରସ୍ତୁତ ହୋଇ ରହିଛି ଏବଂ ଜୁଲାଇ ମାସରେ ଏହା ବିକ୍ରୟ ପାଇଁ ଉପଲବ୍ଧ କରିବୁ ”
ସାଧାରଣତଃ ୩୨ ଇଞ୍ଚିଆ ଏଲ୍ଇଡ଼ି ଟିଭିର ବଜାର ଦର ବର୍ତ୍ତମାନ ୧୩ ହଜାରରୁ ଆରମ୍ଭ ହେଉଛି
ରିଙ୍ଗିଙ୍ଗ୍ ବେଲ୍ସ କମ୍ପାନୀ ଫେବୃଆରୀ ମାସରେ ବରିଷ୍ଠ ବିଜେପି ନେତା ମୁରଲି ମନୋହର ଯୋଶୀଙ୍କ ଉପସ୍ଥିତିରେ ‘ଫ୍ରିଡ଼ମ୍ ୨୫୧’ ଫୋନ୍ ବିଷୟରେ ପ୍ରଥମ ସୂଚନା ଦେଇଥିଲା
ପ୍ରଥମେ ଏହି କମ୍ପାନୀ କିଛି ସାମ୍ପଲ ଦେଖାଇଥିଲା, କିନ୍ତୁ ପରେ ସେ ସବୁ ଅନ୍ୟ ଏକ କମ୍ପାନୀ ଆଡ଼କମ୍ର ହ୍ୟାଣ୍ଡସେଟ୍ ବୋଲି ଜଣାପଡ଼ିଥିଲା ସରକାରୀ ସହାୟତାରେ ଏହି ହ୍ୟାଣ୍ଡସେଟ୍ ନିର୍ମାଣ ହେଉଛି ବୋଲି କମ୍ପାନୀ ସୂଚନା ଦେଇଛନ୍ତି
ଯେତେବେଳେ ପ୍ରଥମେ ‘ଫ୍ରିଡ଼ମ୍ ୨୫୧’ ବିଷୟରେ ଘୋଷଣା ହୋଇଥିଲା ସେତେବେଳେ ଅନେକେ ଏହାର ଅସ୍ତିତ୍ବକୁ ନେଇ ସନ୍ଦେହ କରିଥିଲେ ବୈଷୟିକ ବିଶେଷଜ୍ଞମାନେ ୨ ହଜାରରୁ କମ ଦାମରେ ଏମିତିକା ଏକ ଫୋନ୍ ତିଆରି ହୋଇପାରିବ ନାହିଁ ବୋଲି ମତ ଦେଇଥିଲେ
ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |
Back to Previous Page