ଶାଗୁଣା ଉଡୁଛି ଡେଣା ମେଲାଇ
ଖାଦ୍ୟଶୃଙ୍ଖଳର ଶୀର୍ଷରେ ରହୁଥିବା ଆଉ ବିଶାଳ ଆକାଶର ରାଜା ଏହି ପକ୍ଷୀ ଆଗାମୀ ପିଢ଼ୀ ହୁଏତ ଦେଖିବେ ନାହିଁ !
ବ୍ରହ୍ମପୁର, ୨୮-୦୭-୨୦୧୬ : ଆଜି ପୁଣିଥରେ ଶାଗୁଣା ଦେଖିବାକୁ ଭାରି ମନ ହେଲା ଗତକାଲି, ଶାଗୁଣା ମାନଙ୍କୁ ଅତିନିକଟରୁ ଦେଖିବା ପରେ ସେମାନଙ୍କ ଫଟୋ ନେଇ ଆସିଥିଲି ତଥାପି ଆଜି ଆଉ କିଛି ଭଲ ଫଟୋ ପାଇବା ଏବଂ ସେଇ ଶାଗୁଣା ମାନଙ୍କ ବିଷୟରେ ଅଧିକ କିଛି ଜାଣିବାପାଇଁ ଯାଇଥିଲି
ସୁଖର ବିଷୟ ଗତକାଲି ମୁଁ ଦେଖିଥିଲି ଏଠାରେ ଦୁଇଟି ଶାବକ ଓ ତିନୋଟି ବୟସ୍କ ପକ୍ଷୀ ଥିଲେ ଆଜି କିନ୍ତୁ ଦୂରରୁ ଦେଖିଲି, ସେଠାରେ ଅନ୍ୟୁନ ପାଞ୍ଚଟି ଶାବକ ଓ ତିନୋଟି ବୟସ୍କ ପକ୍ଷୀ ଥିଲେ
କିନ୍ତୁ ଯେତେବେଳେ ମୁଁ ମୋର କାର୍ଯ୍ୟାଳୟ କାମ ସାରିଦେଇ ସେଠାରେ ପହଞ୍ଚିଲା ବେଳକୁ ସେଠାରେ ଗୋଟାଏ ବି ପକ୍ଷୀ ନଥିଲେ ଦୁର୍ଭାଗ୍ୟର ବିଷୟ ଖରାରେ ଘଣ୍ଟାଏ କାଳ ଏପାଖ ସେପାଖ ହେଲି କିନ୍ତୁ ଶାଗୁଣା ଦେଖା ଗଲା ନାହିଁ ସ୍ଥାନୀୟ ଲୋକମାନଙ୍କୁ ଏ ବିଷୟରେ ପଚାରିବା ପରେ ସେମାନେ କହିଲେ ସେଇ ପକ୍ଷୀମାନେ ଗୋରୁଗାଇ ମରିଗଲେ ଖାଇବା ପାଇଁ ଆସନ୍ତି ନ ହେଲେ ନାହିଁ
ମନ ଦୁଃଖରେ ଫେରିବାକୁ ବାହାରିବା ବେଳେ ଦୁଇଟି ଶାଗୁଣା ଦେଖିଲି ସେମାନଙ୍କ ଫଟୋ ଉଠାଇଲି କାଲି ଯାହା ସବୁ ଊଠିଥିଲା ସେ ସବୁ ସେମାନେ ବସିଥିବା ବେଳର, ଆଜି କିନ୍ତୁ ସେମାନେ ଉଡୁଥିବାର ଛବି ପାଇଲି ଦେଖନ୍ତୁ ଆମ ପ୍ରାଣୀ ଜଗତର ଖାଦ୍ୟଶୃଙ୍ଖଳର ଶୀର୍ଷରେ ରହୁଥିବା ଏହି ପ୍ରାଣୀ (ପକ୍ଷୀ) ମାନେ କେତେ ସୁନ୍ଦର
Please do not copy Images from this blog and print without permission of the author. Please call : 7008567085 or mail : aahwaan@gmail.com for permission.
ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |
Back to Previous Page