ଉଡ଼ତା ପଞ୍ଜାବ ମୁକ୍ତି ପୂର୍ବରୁ ଅନଲାଇନ୍ରେ ଉପଲବ୍ଧ
ବିବାଦରେ ଛନ୍ଦି ହୋଇପଡ଼ିଥିବା ଚଳଚ୍ଚିତ୍ର ଉଡ଼ତା ପଞ୍ଜାବର ଏକ ଅଂଶ ବର୍ତ୍ତମାନ ଅନଲାଇନ୍ ଦେଖିବା ପାଇଁ ମିଳୁଛି
ସ୍ବନାମଧନ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିବାଦୀୟ ସିନେମା ‘ଉଡ଼୍ତା ପଞ୍ଜାବ’ ଯାହା ଦୁଇଦିନ ପରେ ସିନେମା ଘରକୁ ଆସିଥାନ୍ତା, ତାହାର ଏକ ୪୦ ମିନିଟିଆ ଅଂଶକୁ (କ୍ଲିପ) କେହି ସୋସିଆଲ ମିଡ଼ିଆରେ ଲିକ୍ କରିଦେଇଛି! ସାଧାରଣ ଇଣ୍ଟେର୍ନେଟ୍ ବ୍ୟବହାରକାରୀମାନେ ଏହାକୁ ଦେଖି ପାରିବେ ଅନେକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଏହି ଚଳଚ୍ଚିତ୍ରର ସମୁଦାୟ ଦୁଇଘଣ୍ଟାରୁ ଅଧିକ ସମୟର ଭାଗ ମଧ୍ୟ ଅନ୍ଲାଇନରେ ଉପଲବ୍ଧ ଅଛି ଗତ ସଂଧ୍ୟାରେ କିଛି ଫେସବୁକ୍ ବ୍ୟବହାର କାରୀ ଏହା ବିଷୟରେ ସୂଚନା ଦେଇଥିଲେ ଏବଂ ଏହାପରେ ପରେ ଅନେକ ଲୋକ ଏହି ଚଳଚ୍ଚିତ୍ରକୁ ଦେଖିଥିବା ଦାବୀ କରୁଛନ୍ତି
ଏହି ସିନେମାକୁ ନେଇ ସେନସର ବୋର୍ଡ ମୁଖ୍ୟ ପହଲାଜ ନୀହଲାନି ଓ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା! ଲିକ୍ ହୋଇଥିବା ଫୁଟେଜ୍ରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଏହା ସେନ୍ସର୍ ବୋର୍ଡ୍ ନିମନ୍ତେ ଉଦ୍ଦିଷ୍ଟ, ତେଣୁ ଏହା ସେହି ବିଭାଗର କୌଣସି ଅଧିକାରୀଙ୍କ କାର୍ନାମା ହୋଇଥାଇପାରେ ବୋଲି ଆମେ ଅନୁମାନ କରୁଛୁ
ଏହା ନିଶ୍ଚିତ ଭାବେ ବିବାଦୀୟ ହେବ କାରଣ ଏହି ଭିଡ଼ିଓର ଉପରେ ‘ସେନସର ପାଇଁ’ ବୋଲି ଲେଖା ଅଛି, ତା ମାନେ ତାଙ୍କରି ଭିତରୁ କେହି ଜଣେ ଷଡ଼ଯନ୍ତ୍ର କରି ଲିକ କରାଇଛି!
ଏସିଆନ ନ୍ୟୁଜ ଇଣ୍ଟରନ୍ୟାସନାଲ ମୁତାବକ, ସିନେମା ନିର୍ମାତାମାନେ ମୁମ୍ବାଇ ପୋଲିସର ସାଇବର ସେଲରେ କିଛି ଅଜଣା ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଦାଖଲ କରିଛନ୍ତି
ଅଲଗା ସୁତ୍ରରୁ ଜଣାପଡୁଛି କି, ପୁରା ସିନେମା ଯାହାର ସମୟ ସୀମା ୨ଘ ୨୦ମି ଅଛି, ତାହା କିଛି ଡାଉନଲୋଡିଙ୍ଗ ସାଇଟରେ ଉପଲବ୍ଧ ଅଛି
ସିନେମାରେ ପଞ୍ଜାବର ଭାବମୂର୍ତି ଖରାପ ହେଉଥିବା ଦେଖାଇ ୮୯ ଗୋଟି ଅଂଶକୁ ପରିବର୍ତ୍ତନ କରିବାକୁ ସେନସର ବୋର୍ଡ କହିଥିଲେ ଯାହା ବିରୋଧରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ମୁମ୍ବାଇ ହାଇକୋର୍ଟର ଆଶ୍ରୟ ନେଇଥିଲେ ଉଚ୍ଚନ୍ୟାୟାଳୟ ମାତ୍ର ଗୋଟିଏ ଅଂଶକୁ ବାଦ ଦେଇ ଚଳଚ୍ଚିତ୍ରକୁ ମୁକ୍ତିଲାଭ କରାଇବାପାଇଁ ନିର୍ଦ୍ଦେଶ ଦେଇଥିଲେ
ପଞ୍ଜାବରେ ଯୁବକ ବର୍ଗ କେମିତି ନିଶାରେ କବଳିତ ହେଉଛନ୍ତି, ତାହାର ଆଧାରରେ ନିର୍ମିତ ହୋଇଛି ‘ଉଡ଼ତା ପଞ୍ଜାବ’ ଅଭିଶେକ ଚୌବେ ନିର୍ଦ୍ଦେଶିତ, ଏହି ସିନେମାରେ କାମ କରିଛନ୍ତି ଶାହିଦ କପୁର, ଆଲିଆ ଭଟ୍ଟ, କରୀନା କପୁର ଖାନ ଓ ପଞ୍ଜାବର ଗାୟକ ତଥା ନାୟକ ଦଲଜିତ ଦୋସାଞ୍ଜ
ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |
Back to Previous Page