ବିଶ୍ବପାଇଁ ଭାରତର ଅବଦାନ କଣ ?

ଖାଲି ଏମିତି କୁହାଯାଏ ନାହିଁ ‘ମେରା ଭାରତ ମହାନ’, ଏହାର ମହାନତା ସତରେ ଅନନ୍ୟ!

ସଂସ୍କୃତି | 10 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 4528 ଜଣ ପଢ଼ିଛନ୍ତି

India Gate in Delhi


୧. ଶୂନ୍ୟ (୦) ର ବ୍ୟବହାର ପ୍ରଥମେ ଭାରତରେ ହୋଇଥିଲା୤ କମ୍ପ୍ୟୁଟର କେବଳ ୦ ଏବଂ ୧ ବାଇନାରି ସିଷ୍ଟମ୍ ଦ୍ବାରା କାମ କରିଥାଏ ବୋଲି ସମସ୍ତେ ଜାଣନ୍ତି୤
୨. ଦଶମିକ ସଂଖ୍ୟା (କୌଣସି ସଂଖ୍ୟାର ଦଶଭାଗ) ପଦ୍ଧତି ଭାରତରେ ଆବିଷ୍କୃତ ହୋଇଥିଲା୤
୩. କୌଣସି ସଂଖ୍ୟାର ସଂଖ୍ୟାର ସ୍ଥାନୀୟ ମୂଲ୍ୟ (ଏକକ, ଦଶ, ଶତକ) ଭାରତରେ ଆବିଷ୍କୃତ ହୋଇଥିଲା୤
୪. ବୀଜଗଣିତ, ତ୍ରିକୋଣମିତି, ଭୂଗୋଳ ଏବଂ କାଲ୍‌କୁଲ୍‌ସ ଭାରତରେ ଆବିଷ୍କୃତ ହୋଇଥିଲା୤
୫. ଗ୍ରୀକ ଏବଂ ରୋମାନୀୟମାନେ ସର୍ବାଧିକ ୧୦୬ ଅଙ୍କବିଶିଷ୍ଟ ସଂଖ୍ୟା ବ୍ୟବହାର କରୁଥିବା ବେଳେ ଭାରତରେ ୧୦ର ୫୩ତମ ବର୍ଗ ପର୍ଯ୍ୟନ୍ତ ବୃହତ ସଂଖ୍ୟା ବ୍ୟବହାର ହେଉଥିଲା ଏବଂ ୫୦୦୦ ଖ୍ରୀଷ୍ଟପୂର୍ବରେ ମଧ୍ୟ ଏହି ସବୁ ସଂଖ୍ୟାପାଇଁ ଭିନ୍ନ ଭିନ୍ନ ନାମ ଦିଆଯାଇଥିଲା୤
୬. ଜ୍ୟାମିତିରେ ବ୍ୟବହୃତ ‘ପାଇ’ର ଦଶମିକ ପରେ ପଞ୍ଚମ ସ୍ଥାନ ପର୍ଯ୍ୟନ୍ତର ଅଙ୍କ ଆର୍ଯ୍ୟଭଟ୍ଟ ଆବିଷ୍କାର କରିଥିଲେ୤ କିନ୍ତୁ ବୈଦିକ ଯୁଗରେ ‘ପାଇ’ର ପ୍ରକୃତ ମୂଲ୍ୟ ଦଶମିକ ପରେ ୩୧ ସ୍ଥାନ ପର୍ଯ୍ୟନ୍ତ ଜଣାଥିଲା, ଯାହା ପରେ ଆର୍ଯ୍ୟଭଟ୍ଟ ଏବଂ ପାଇଥାଗୋରାସ୍ ପ୍ରତିଷ୍ଠିତ କରିଥିଲେ୤
୭. ପାଇଥାଗୋରିଆନ୍ ଉପପାଦ୍ୟକୁ ଷଷ୍ଟ ଶତାବ୍ଦୀରେ ବୁଦ୍ଧାୟନ ବର୍ଣ୍ଣନା କରିଥିଲେ୤ ୟୁରୋପରେ ଜନ୍ମ ନେଇଥିବା ପାଇଥାଗୋରାସଙ୍କ ଜନ୍ମର ଅନେକ ଶତାବ୍ଦୀ ପୂର୍ବରୁ ଏହା ପ୍ରମାଣିତ ହୋଇସାରିଥିଲା୤
୮. ମାଧ୍ୟାକର୍ଷଣ ଶକ୍ତି ବିଷୟରେ ନିଉଟନ ଆବିଷ୍କାର କରିବାର ୧୨୦୦ ବର୍ଷ ପୂର୍ବରୁ ଏହା ବୈଦିକ ବିଜ୍ଞାନ ଶାସ୍ତ୍ରରେ ଉପସ୍ଥିତ ଥିଲା୤
୯. ଚେସ ବା ଶତରଞ୍ଜର ଆବିଷ୍କାର ଭାରତରେ ହୋଇଥିଲା୤
୧୦.  ତ୍ରୟୋଦଶ ଶତାବ୍ଦୀରେ ସନ୍ଥ ଜ୍ଞାନଦେବ ‘ମୋକ୍ଷପଟ’ ନାମକ ଏକ ଖେଳର ଆବିଷ୍କାର କରିଥିଲେ, ଯାହା ପ୍ରଚଳିତ ଲୁଡୋ ଏବଂ ସ୍ନେକ୍‌ସର ପ୍ରଥମ ସ୍ବରୂପ ଥିଲା୤
୧୧. ବିଶ୍ବର ପ୍ରଥମ ସମୃଦ୍ଧ ବିଶ୍ବବିଦ୍ୟାଳୟ ଭାରତର ତକ୍ଷଶିଳା ଠାରେ ଖ୍ରୀଷ୍ଟପୂର୍ବ ୭୦୦ ଶତାବ୍ଦୀରେ ଥିଲା୤
୧୨. ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଉପାୟରେ ଚିକିତ୍ସା କରିବାର ପଦ୍ଧତି ବା ଆୟୁର୍ବେଦ ଭାରତର ଅବଦାନ୤
୧୩. ଆୟୁର୍ବେଦରେ ଭେଷଜ ବିଜ୍ଞାନରେ ଚରକ ସଂହିତା ସର୍ବୋତ୍କୃଷ୍ଟ ଗ୍ରନ୍ଥ ଭାବରେ ଜଣାଯାଏ୤ ଚରକ ଏହି ଗ୍ରନ୍ଥ ୨୫୦୦ ବର୍ଷ ତଳେ ଲେଖିଥିଲେ ଏବଂ ଏହି ଗ୍ରନ୍ଥରେ ସେ ଅନ୍ୟୁନ ୭୦୦ ଭିନ୍ନ ଭିନ୍ନ ପ୍ରକାରର ବୃକ୍ଷଲତା ଏବଂ ସେମାନଙ୍କର ଔଷଧୀୟ ଗୁଣ ବିଷୟରେ ଲେଖିଥିଲେ୤
୧୪. ୨୬୦୦ ବର୍ଷ ତଳେ ଶୁଶ୍ରୁତ ଭାରତରେ ଶୈଲ୍ୟ ଚିକିତ୍ସାର ଆବିଷ୍କାର କରିଥିଲେ୤ ଶୁଶ୍ରୁତ ସଂହିତା, ଯାହା ତତ୍କାଳୀନ ଶୈଲ୍ୟ ଚିକିତ୍ସାର ସର୍ବୋତ୍କୃଷ୍ଟ ଗ୍ରନ୍ଥ ବୋଲି ମାନ୍ୟ, ସେଥିରେ ଆଖିରେ ପରଳ ରୋଗ, ଶିଶୁ ଜନ୍ମ ସମୟର ଅପରେସନ, ଭଗ୍ନ ଅସ୍ଥିର ଚିକିତ୍ସା, ପଥୁରି ରୋଗ, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ସମେତ ପ୍ଲାଷ୍ଟିକ୍ ସର୍ଜରୀ ବିଷୟରେ ଉଲ୍ଲେଖ କରିଛନ୍ତି୤


India Map
୧୫. ଶୁଶ୍ରୁତ ଅତୀତରେ ୧୨୦ରୁ ଅଧିକ ପ୍ରକାରର ଶୈଲ୍ୟ ଉପକରଣ ବ୍ୟବହାର କରି ୩୦୦୦ରୁ ଅଧିକ ପ୍ରକାରର ଶୈଲ୍ୟ ଚିକିତ୍ସା କରୁଥିବା କଥା ତାଙ୍କ ଲିଖିତ ଗ୍ରନ୍ଥରୁ ଜଣାପଡ଼େ୤
୧୬. ଅତୀତର ଅନେକ ଗ୍ରନ୍ଥରେ ଭେଷଜ ବିଜ୍ଞାନର ବିଭିନ୍ନ ଦିଗ ବିଷୟରେ ଜାଣିବାକୁ ମିଳେ୤
୧୭. ନୌବାଣିଜ୍ୟର ଆବିଷ୍କାର ୬୦୦୦ ବର୍ଷପୂର୍ବେ ସିନ୍ଧୁ ସଭ୍ୟତା ସମୟରେ ହୋଇଥିଲା୤ ବର୍ତ୍ତମାନ ସମୟର ନାଭିଗେସନ ସଂସ୍କୃତ ଶବ୍ଦ ‘ନବଗତି’ରୁ ଆନୀତ, ସେହିପରି ନାଭି (Navy) ଶବ୍ଦ ମଧ୍ୟ ସଂସ୍କୃତ ଶବ୍ଦ ‘ନାବ’ରୁ ଆନୀତ୤
୧୮. ପୃଥିବୀ ସୂର୍ଯ୍ୟ ଚାରିପାଖରେ ପ୍ରଦକ୍ଷିଣ କରୁଥିବା ଏବଂ ଏହା ୩୬୫.୨୫୮୭୫୬୪୮୪ ଦିନରେ ସମାପ୍ତ କରିଥିବା କଥା ଭାରତୀୟ ବିଜ୍ଞାନୀ ଭାସ୍କରାଚାର୍ଯ୍ୟ ଗଣନା କରି କହିଥିଲେ, ଯାହା ଆଧୁନିକ ବୈଜ୍ଞାନିକମାନେ କହୁଛନ୍ତି୤
୧୯. ବିଭିନ୍ନ୍ ପ୍ରକାରର ଧାତୁର ବ୍ୟବହାର ଭାରତୀୟମାନେ ହିଁ ଆବିଷ୍କାର କରିଥିଲେ୤
୨୦. ବୌଦ୍ଧ ଏବଂ ଜୈନ ଧର୍ମର ଆରମ୍ଭ ମଧ୍ୟ ଭାରତରେ ହିଁ ହୋଇଥିଲା୤
୨୧. ଭାରତୀୟ ମାନେ ହିଁ ସମୟ ଗଣନାର ସବୁଠାରୁ ସାନ ଓ ବଡ଼ ସଂଖ୍ୟାର ଆବିଷ୍କାର କରିଥିଲେ୤ ସବୁଠାରୁ ସାନ ଥିଲା ଗୋଟିଏ ସେକଣ୍ଡର ୩୪୦୦୦ ଭାଗରୁ ଗୋଟିଏ (କ୍ରତି) ଏବଂ ସବୁଠାରୁ ବଡ଼ ଥିଲା ୪୩.୨ କୋଟି ବର୍ଷ (ମହାଯୁଗ) ୤
୨୨. ଯୋଗାସନର ଆବିଷ୍କାର ଭାରତରେ ହୋଇଥିଲା୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤