ରଥଯାତ୍ରାରେ ଆସୁଛି ‘ଦ ଲିଜେଣ୍ଡ୍ ଅଫ୍ ଜଗନ୍ନାଥ’

ଜାଣନ୍ତୁ ଏ ବର୍ଷ ରଥଯାତ୍ରା କାହିଁକି ହେବ ଆହୁରି ଅଧିକ ଭକ୍ତିମୟ

ସଂସ୍କୃତି | 7 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 3040 ଜଣ ପଢ଼ିଛନ୍ତି

The legend of Lord Jagannath


ଚଳିତ ବର୍ଷ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ପ୍ରକାଶିତ ହେବ ଏକ ଘଣ୍ଟାକିଆ ପ୍ରାମାଣିକ ଚଳଚ୍ଚିତ୍ର ‘ଦ ଲେଜେଣ୍ଡ୍ ଅଫ୍ ଜଗନ୍ନାଥ’, ଯାହା ସୂଚନାଧର୍ମୀ ଚ୍ୟାନେଲ୍ ନ୍ୟାସନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲରେ ପ୍ରସାରିତ ହେବ ବୋଲି ଜଣାଯାଇଛି୤ ଏଥିରେ ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରାର ବିଶେଷ ବିବରଣୀ ଏବଂ ସମ୍ପୂର୍ଣ୍ଣ ତଥ୍ୟ ଭିତ୍ତିକ ଏକ ପ୍ରାମାଣିକ ଚିତ୍ର୤

ବଲିଉଡ଼ର ପ୍ରସିଦ୍ଧ ଅଭିନେତା ରାଜୀବ ଖାଣ୍ଡେଲୱାଲ୍ ଏହି ଚଳଚ୍ଚିତ୍ରର ପରିବେଷଣ ଦାୟିତ୍ବରେ ଅଛନ୍ତି୤ ନବକଳେବର ସମେତ, ରଥଯାତ୍ରାର ପୁଙ୍ଖାନୁପୁଙ୍ଖ ବିବରଣୀ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି୤ ବିଗତ ବର୍ଷ ମହାପ୍ରଭୂ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହର ମହା ନବକଳେବର ହୋଇଥିଲା୤

ଆଶ୍ଚର୍ଯ୍ୟର ବିଷୟ ଏହି ଚଳଚ୍ଚିତ୍ରକୁ ଉପସ୍ଥାପନା କରୁଥିବା ରାଜୀବ ଖାଣ୍ଡେଲୱାଲ୍ ନିଜେ ହେତୁବାଦୀ ଏବଂ ଭଗବାନଙ୍କ ଅସ୍ଥିତ୍ବ ଉପରେ ବିଶ୍ବାସ କରନ୍ତି ନାହିଁ୤ ତଥାପି ରଥଯାତ୍ରା ପରି ଏକ ମହାନ ପରମ୍ପରା ପ୍ରଚ୍ଛଦରେ ଥିବା କିମ୍ବଦନ୍ତୀ ଓ ଧାର୍ମିକ ଭାବନା ତଥା ଶ୍ରୀମନ୍ଦିରର ରୀତିନୀତି ଆଦି ବିଷୟରେ ଜାଣିବାକୁ ଚାହାନ୍ତି ସେ୤ ଏହି ଚଳଚ୍ଚିତ୍ର ସହ ଜଡ଼ିତ ହୋଇ ସେ ଅନେକ କିଛି ଜାଣିବାକୁ ପାଇଛନ୍ତି ବୋଲି କହିଛନ୍ତି ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤