କଣ କିଛି ଲୋକଙ୍କ ରକ୍ତ ଅଲଗା ରଙ୍ଗର ଥାଏ କି?

ଆପଣଙ୍କ ଆଖି ଖୋଲିଦେବ ଏହି ଭିଡ଼ିଓ !

ସମାଜ | 5 ମିନିଟ୍‌ରେ ପଢ଼ନ୍ତୁ | 02 Aug, 2017
ସମୁଦାୟ 3802 ଜଣ ପଢ଼ିଛନ୍ତି

ବିଶ୍ବରେ ଜନ୍ମ ନେଇଥିବା ସମସ୍ତ ମଣିଷଙ୍କର ରକ୍ତର ରଙ୍ଗ ଏକା, ଲାଲ୤ ସେ ଯେ କୌଣସି ମହାଦେଶରେ ଜନ୍ମ ହୋଇଥାନ୍ତୁ, ହିନ୍ଦୁ ହୁଅନ୍ତୁ ବା ମୁସଲମାନ ହୁଅନ୍ତୁ୤ ଗୋରା ହୁଅନ୍ତୁ ବା କଳା୤ ସମସ୍ତଙ୍କ ରକ୍ତର ରଙ୍ଗ କିନ୍ତୁ ସମାନ୤ ଭଗବାନ ଆମକୁ ତିଆରି କରିବାରେ କୌଣସି ଭେଦଭାବ କରିନାହାନ୍ତି୤ ହେଲେ ଆମେ କିନ୍ତୁ ମନୁଷ୍ୟ ମନୁଷ୍ୟ ଭିତରେ ପ୍ରଭେଦ ସୃଷ୍ଟି କରୁଛୁ୤ ଜାତି, ଧର୍ମ ଏମିତି ଅନେକ ନୂଆ ନୂଆ ନିୟମ କରି ବ୍ୟକ୍ତି ବ୍ୟକ୍ତି ଭିତରେ ଫରକ ସୃଷ୍ଟି କରୁଛୁ୤



ଯୁଗ ଏକବିଂଶ ଶତାବ୍ଦୀରେ ପହଞ୍ଚିଲାଣି, ଲୋକମାନେ ଚନ୍ଦ୍ରରେ ପାଦ ଦେଇ ଫେରିଲେଣି, ଏବେ ମଙ୍ଗଳ ଗ୍ରହ ଉପରେ ମଧ୍ୟ ଆମେ ଆଧିପତ୍ୟ ସୃଷ୍ଟି କରିସାରିଲେଣି, ଅଥଚ ଆମେ ବ୍ୟକ୍ତିଗତ ବିଦ୍ବେଷ ଓ ସଂକୀର୍ଣ୍ଣ ଚିନ୍ତାଧାରାରୁ ଉର୍ଦ୍ଧ୍ବକୁ ଉଠି ପାରିନାହେଁ୤ ସର୍ବଭୌମ ଗଣତନ୍ତ୍ରର ଅଧିବାସୀ ହୋଇଥିବା ସତ୍ତ୍ବେ ସମସ୍ତଙ୍କୁ ସମାନ ଅଧିକାର ମିଳିନାହିଁ, ଯାହାକୁ ଅତି ସୁନ୍ଦର ଭାବରେ ଏହି ଭିଡ଼ିଓରେ ଦେଖା ଯାଉଛି୤ ଦେଖନ୍ତୁ ଭିଡ଼ିଓ ;



ନିଜ ପାଇଁ ରହିବାକୁ ଘରଟିଏ ଖୋଜି ଖୋଜି ନ ପାଇବା ପରେ ହତୋତ୍ସାହିତ ହୋଇ ମୁସଲମାନ ଯୁବକମାନେ ନିଜ ନାମ ପରିବର୍ତ୍ତନ କରି କେମିତି ଘରଟିଏ ପାଉଛନ୍ତି ତାହାକୁ ଦେଖାଯାଉଛି ଏହି ଭିଡ଼ିଓରେ୤


Discrimination


ଏହି ଭିଡ଼ିଓରେ ଥିବା ସନ୍ଦେଶରେ କୁହାଯାଉଛି, “କେବେ ଭାରତ ଜାତିବାଦ ଓ ଧର୍ମବାଦରୁ ମୁକୁଳିବ”?


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤